ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମହେଶ୍ୱର ହଜାରୀ। ସୁଶାନ୍ତଙ୍କ ଆତ୍ମହତ୍ୟାରେ ଫଶିଯାଇଥିବା ରିୟା ଜଣେ ସୁପାରି କିଲର୍‌, ସେ ହିଁ ସୁଶାନ୍ତଙ୍କ ଜୀବନ ନେଇଛନ୍ତି ବୋଲି ସେ କହିଛନ୍ତି। ନିଜ ଇଚ୍ଛା ପୂରଣ ପାଇଁ ସେ ଆଗକୁ ଅନେକ ଲୋକଙ୍କ ଜୀବନ ନେବେ। ଏପରି ସୁପାରି କିଲକୁ ଖୁବଶୀର୍ଘ କଡା ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ସିଂ ଆତ୍ମହତ୍ୟା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ପିତା ବିହାର ଥାନାରେ ଏତଲା ଦେବାପରେ ମାମଲା ଆହୁରି ଜଟିଳ ହୋଇପଡିଛି। ରିୟା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଅପିଲ କରିଛନ୍ତି।

Share