ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା। ତେବେ ଶନିବାର ସୁଶାନ୍ତଙ୍କ ପୋଷ୍ଟମାର୍ଟମ କରିଥିବା ଡାକ୍ତର ଓ ଏକ୍ସପର୍ଟ ଟିମ୍‌ଙ୍କୁ ସିବିଆଇ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି। କାରଣ ସିବିଆଇ ସନ୍ଦେହ ପ୍ରକାଶ କରିଛି ଯେ, ସୁଶାନ୍ତଙ୍କ ପୋଷ୍ଟମାର୍ଟମ ଠିକ୍‌ଭାବେ ହୋଇନାହିଁ ନଚେତ୍‌ ରିପୋର୍ଟରେ କୌଣସି ତ୍ରୁଟି ରହିଛି। ଏନେଇ ମୁମ୍ବାଇ ପୋଲିସକୁ ମଧ୍ୟ ସିବିଆଇ ଅଧିକାରୀ ପଚରାଉଚରା କରିପାରନ୍ତି। ଅନ୍ୟ ଡାକ୍ତର କିମ୍ବା ଏକ୍ସପର୍ଟଙ୍କ ସହ କାହିଁକି ଯୋଗାଯୋଗ କରି ନ ଥିଲା ବୋଲି ଜେରା ସମୟରେ ମୁମ୍ବାଇ ପୋଲିସକୁ ସିବିଆଇ ପ୍ରଶ୍ନ କରିପାରେ। କାରଣ ପୋଷ୍ଟମାର୍ଟମ ରିପୋର୍ଟରେ ମୃତ୍ୟୁର ସମୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରାଯାଇନାହିଁ ବୋଲି ବିଶେଷଜ୍ଞମାନେ ସିବିଆଇକୁ ମତ ଦେଇଛନ୍ତି।

Share