ନୂଆଦିଲ୍ଲୀ,୧୨।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମର ଚର୍ଚ୍ଚାକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ। ସେ କହିଛନ୍ତି ଯେ ସୁଶାନ୍ତ ତାଙ୍କ ଜୀବନ କାଳରେ ଯେତିକି ପ୍ରସିଦ୍ଧ ନ ଥିଲେ, ସେ ତାଙ୍କ ମୃତ୍ୟୁ ପରେ ତାଠୁ ଅଧିକ ହୋଇଯାଇଛନ୍ତି। ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ତଥା ଆମେରିକାର ରାଷ୍ଟ୍ରପତିଙ୍କ ଅପେକ୍ଷା ସୁଶାନ୍ତଙ୍କୁ ଅଧିକ ଗଣମାଧ୍ୟମ ସ୍ଥାନ ଦେଉଛି ବୋଲି ରାଜ୍ୟସଭାର ପୂର୍ବତନ ସଦସ୍ୟ ମାଜିଦ କହିଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମ ଯେଉଁ ଭଳି ପଚାର କରୁଛି ତାହା ଠିକ୍ ନୁହେଁ। ଯେତେବେଳେ କୌଣସି ଅପରାଧ ଅନୁସନ୍ଧାନ ପର୍ଯ୍ୟାୟରେ ଥାଏ, ସେତେବେଳେ ଗୋପନୀୟତା ବଜାୟ ରଖିବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ ପ୍ରକ୍ରିୟାରେ ପ୍ରତ୍ୟେକ ଦିଗକୁ ସାର୍ବଜନୀନ କରିବା ସତ୍ୟ ଏବଂ ନ୍ୟାୟର ଆଗ୍ରହ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି।