ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୯।୭: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରୁନାହିଁ ବାଲି ମଙ୍ଗଳବାର ଏନସିବି ସୁପ୍ରିମକୋର୍ଟଙ୍କୁ କହିଛି।

ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ.ବି ରାଜୁ ଜଷ୍ଟିସ ଏ.ଏସ ବୋପନ୍ନା ଏବଂ ଏମ ସୁନ୍ଦରେଶଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ, ଏନସିବି ଜାମିନକୁ ଚ୍ୟାଲେଞ୍ଜ କରୁନାହିଁ, କିନ୍ତୁ ଏନଡିପିଏସ ଆକ୍ଟର ଧାରା ୨୭-ଏର ସମ୍ବନ୍ଧରେ ଆଇନର ପକ୍ଷକୁ ଖୋଲା ରଖିବା ଉଚିତ୍‌।

ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ଏନସିବିର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲା।

 

Share