ସୁଶାନ୍ତଙ୍କ ପୁଣ୍ୟତିଥିରେ ଭାବୁକ ହେଲେ ପରିବାର ଲୋକେ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ମନେ ପକାଇ ଭାବୁକ ହୋଇଛନ୍ତି ତାଙ୍କ ପରିବାର ଲୋକେ। କାରଣ ଗତବର୍ଷ ଆଜିର ଦିନରେ ଅର୍ଥାତ୍‌ ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଥିଲା।

ଆଜିର ଏହି ଦିନରେ ତାଙ୍କର ବଡ଼ ଭାଇ ତଥା ବିହାରର ମନ୍ତ୍ରୀ ନୀରଜ ବବ୍‌ଲୁ ଏବଂ ତାଙ୍କର ସାଙ୍ଗମାନେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତ ବିହାରର ଆଇକନ ଥିଲେ। ଯିଏ କି କମ୍‌ ବୟସରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବିହାରର ଯୁବକମାନଙ୍କ ସେ ହୃଦ୍‌ସ୍ପନ୍ଦନ ଥିଲେ। ଏଠାରେ ତାଙ୍କର ଅନେକ ସ୍ମୃତି ଜଡ଼ିତ ହୋଇରହିଛି।

ନୀରଜ ଆହୁରି ମଧ୍ୟ କହିଛନ୍ତି, ସିବିଆଇର କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗୁନାହିଁ। ବର୍ଷେ ପୂରିଲା ତଥାପି ଯାଞ୍ଚ ଠିକ୍‌ ଢଙ୍ଗରେ ହୋଇନାହିଁ। ତୁରନ୍ତ ଦୋଷୀକୁ ଦଣ୍ଡ ମିଳିବା ଦରକାର।

Share