Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ କରାଯାଇଥିବା ଜନସ୍ବାର୍ଥ ମାମଲା ଗୁରୁବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଏବେ ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧ ରୁଜୁ କରାଯାଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯାଉ ବୋଲି ସୁଶାନ୍ତଙ୍କ ପରିବାର ଦାବି କରିଛନ୍ତି। ଏନେଇ ସେମାନେ ସୁପ୍ରିମକୋର୍ଟରେ ଏକ କେଭିଏଟ୍‌ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ସୁଶାନ୍ତଙ୍କ ପିତା ରିଆଙ୍କ ବିରୋଧରେ ଏକ ମାମଲାରେ ରୁଜୁ କରିଥିଲେ। ରିଆ ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ ବୋଲି ମାମଲାରେ ଦର୍ଶାଯାଇଥିଲା। ବିହାର ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରି ସୁଶାନ୍ତଙ୍କ ଭଉଣୀ ଏବଂ ସାଙ୍ଗଙ୍କୁ ପଚରାଉଚରା କରିଛି।

Share