Categories: ଜାତୀୟ

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି ମାମଲାରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଏବଂ ଅନ୍ୟମାନେ ଅଭିଯୁକ୍ତ ରହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରୁଥିବା ଏନସିବି ୩୦୦୦୦ ପୃଷ୍ଠା ଚାର୍ଜସିଟ ପ୍ରସ୍ତୁତ କରିଛି। ଏନସିବି ଅନୁସନ୍ଧାନରେ ରିୟା କହିଛନ୍ତି ଯେ, ସୁଶାନ୍ତ ୨୦୧୬ରୁ ଡ୍ରଗ୍ସ ନେଉଥିଲେ ଏବଂ ସେ କେବଳ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଖୋଜୁଥିଲେ। ରିୟା ଏନସିବିରେ ସ୍ବୀକାର କରିଛନ୍ତି ଯେ ସେ ପାର୍ଟିରେ ବେଳେବେଳେ ଡ୍ରଗ କିମ୍ବା ମଦ୍ୟପାନ କରନ୍ତି। ସୂଚନାଯୋଗ୍ୟ, ରିୟାଙ୍କୁ ଏହି ମାମଲାରେ ଏନସିବି ଗିରଫ କରିଥିଲା ଏବଂ ତାଙ୍କୁ ଏକ ମାସ ଜେଲରେ ରହିବାକୁ ପଡିଥିଲା। ଏନସିବି ଦ୍ୱାରା ପ୍ରସ୍ତୁତ ଚାର୍ଜସିଟରେ ସମୁଦାୟ ୩୩ ଜଣଙ୍କ ନାମ ରହିଛି। ୨୦୨୦ ଜୁନ ୧୪ରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିବା ପରଠାରୁ ତାଙ୍କୁ ହତ୍ୟା କରାଯାଇଥିବା ଷଡଯନ୍ତ୍ର ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ମୁମ୍ବାଇ ପୋଲିସ, ବିହାର ପୋଲିସ ଏନସିବି ଏବଂ ପରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।

Share