ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଦୁହିଁଙ୍କ ଏକ ଫଟୋ ଶେୟାର କରି ରିୟା ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି। ନିଜ ଭାବନାକୁ ସାମ୍ନା କରିବାକୁ ସଂଘର୍ଷ କରୁଛି … ମୋର ହୃଦୟ ବିଚଳିତ। ତୁମେ ମୋତେ ପ୍ରେମ ଏବଂ ଏହାର ଶକ୍ତି ଉପରେ ବିଶ୍ୱାସ କରିବା ଶିଖାଇଲ। ତୁମେ ମୋତେ ଶିଖାଇଲ କିପରି ଏକ ସରଳ ଗଣିତ ପ୍ରଶ୍ନ ଜୀବନର ଅର୍ଥ ବାଖ୍ୟା କରିପାରେ। ମୁଁ ତୁମଠାରୁ ପ୍ରତିଦିନ ଶିଖିଲି। ମୁଁ କଦାପି ବୁଝିପାରିବି ନାହିଁ ଯେ ତୁମେ ଏଠାରେ ନାହଁ। ମୁଁ ଜାଣେ ତୁମେ ବର୍ତ୍ତମାନ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଅଛ। ଚନ୍ଦ୍ର, ତାରାଗଣ, ନିଶ୍ଚିତ ଭାବରେ ଆପଣଙ୍କୁ ଖୋଲା ହାତରେ ସ୍ବାଗତ କରିଛନ୍ତି ବୋଲି ରିୟା ପୋଷ୍ଟରେ ଲେଖିଛନ୍ତି। ଶେଷକୁ ଲେଖିଛନ୍ତି, ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ପୋଲିସ ଜେରା କରିଥିଲା। ସେଦିନଠାରୁ ସେ ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଥିଲେ।
https://www.instagram.com/p/CCnBR95HAmO/?utm_source=ig_web_copy_link