ସାମ୍ନାକୁ ଆସିଲା ଦିଶା ସାଲିଆନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜଡ଼ିତ ଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି। ରିୟାଙ୍କୁ ମଧ୍ୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ୯ ଜୁନ୍‌ରେ ଦିଶା ସାଲିଆନ୍‌ ୧୪ ମହଲାରୁ ଖସିପଡ଼ିଥିଲେ। ଶନିବାର ଦିଶା ସାଲିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ସାଲିଆନ୍‌ଙ୍କ ଶେଷ ଭିଡିଓ। ଯେଉଁଥିରେ ସେ ତାଙ୍କ ବନ୍ଧୁ ଏବଂ ଭାବିସ୍ବାମୀ ରୋହନଙ୍କ ସହ ଖୁବ୍‌ ମଜାମସ୍ତି କରୁଥିବା ନଜର ଆସିଛନ୍ତି।


ଖବର ଅନୁଯାୟୀ, ଭିଡିଓଟି ଦିଶାଙ୍କ ମୃତ୍ୟୁର ୧ ଘଣ୍ଟା ପୂର୍ବରୁ। ଦିଶା ତାଙ୍କ ବନ୍ଧୁମାନଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହା ପୂର୍ବରୁ ଦିଶାଙ୍କ ମା’ ଏକ ସାକ୍ଷାତକାରରେ କହିଥିଲେ ଯେ, ମୃତ୍ୟୁ ଦିନ ସେ ନିଜ ସେ ତାଙ୍କ ପ୍ରେମିକଙ୍କ ସହ ଜଣେ ବାନ୍ଧବୀଙ୍କ ଘରକୁ ଯାଇଥିଲେ ଗେଟ୍‌ଟୁଗେଦର ପାଇଁ।
ତେବେ ପ୍ରଶ୍ନ ଉଠୁଛି ଏହି ଭିଡିଓ ଦିଶା ତାଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ୮ ଜୁନ୍‌ ରାତି ୧୧.୪୮ ମିନିଟ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦିଶା ଖୁବ୍‌ ଖୁସି ଜଣାପଡୁଛନ୍ତି। ସୋସିଆଲ ମିଡିଆରେ ଏବେ ପ୍ରଶ୍ନ ଉଠିଛି ଯଦି ଦିଶା ଏତେ ଖୁସି ଥିଲେ ତେବେ ଆତ୍ମହତ୍ୟା କଲେ କାହିଁକି?

ଜୁନ୍‌ ୮ରେ ମୁମ୍ବାଇର ଏକ ୧୪ ମହଲାରୁ ଖସି ଦିଶାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର ୫୭ ଦିନ ପରେ ମୁମ୍ବାଇ ପୋଲିସ ତାଙ୍କ ସହ ଜଡ଼ିତ ଲୋକଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ମାଲୱାନି ପୋଲିସ ଏକ ପ୍ରେସ ନୋଟ୍‌ ଜାରି କରି କହିଛି, ଯଦି ଦିଶାଙ୍କ ଆକସ୍ମିକ ମୃତ୍ୟୁ ସମ୍ପର୍କରେ କାହା ପାଖରେ ସୂଚନା ଅଛି, ତେବେ ସେମାନେ ଏହାକୁ ମାଲାଡର ମାଲୱାନି ପୋଲିସକୁ ଜଣାଇବା ଉଚିତ୍‌।

 

Share