ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ ତାଙ୍କ ପ୍ରଶଂସକ। ସେ କାହିଁକି ଏତେ ବଡ ଚରମ ନିଷ୍ପତ୍ତି ନେଇଥିଲେ ତାହା ଏବେ ପୋଲିସ ଖୋଳତାଡ ଆରମ୍ଭ କରିଛି। ସୁଶାନ୍ତ ଜୀ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ଧାରାବାହିକରେ ମାନବ ଭୂମିକାରେ ସେ ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କୁଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜୀ ଟିଭି ପକ୍ଷରୁ ‘ପବିତ୍ର ରିସ୍ତା’ ପୁନଃପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଜି୫ରେ ଧାରାବାହିକର ସମସ୍ତ ଏପିସୋଡ ପ୍ରସାରଣ କରାଯିବ। ‘ପବିତ୍ର ରିସ୍ତା’ ଫେମ୍‌ ଆଶା ନେଗି ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ୩୪ ବର୍ଷୀୟ ସୁଶାନ୍ତ ସିଂ ଗତ ଜୁନ୍‌ ୧୪ରେ ନିଜ ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।

Share