ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ ରିୟାଙ୍କୁ ଷ୍ଟେଶନକୁ ଡକାଇ ଅଭିନେତାଙ୍କ ଆତ୍ମହତ୍ୟା ମାମଲାର ବୟାନ ରେକର୍ଡ କରୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଅର୍ଥାତ୍‌ ପ୍ରାୟ ୧ ମାସ ହେବ ରିୟା ସୋସିଆଲ ମିଡିଆଠାରୁ ଦୂରେଇ ଯାଇଛନ୍ତି। କିଛି ବି ପୋଷ୍ଟ ସେ ଶେୟାର କରୁ ନ ନାହାନ୍ତି। ହେଲେ ଏବେ ସେ ନିଜର ହ୍ବାଟ୍‌ସ୍‌ଆପ୍‌ ଡିପି ପରିବର୍ତ୍ତନ କରି ସୁଶାନ୍ତଙ୍କ ସହ ନିଜର ଏକ ଫଟୋକୁ ଡିପି ରଖିଛନ୍ତି। ଡିପିରେ ଉଭୟଙ୍କୁ ହସୁଥିବାର ଦେଖିବାକୁ ମିଳୁଛି। ଏପରି ଫଟୋ ରଖି ସେ ସୁଶାନ୍ତଙ୍କୁ ମନେ ପକାଉଥିବା ପ୍ରମାଣ କରିଦେଇଛନ୍ତି। ସୁଶାନ୍ତଙ୍କ ସହ ତାଙ୍କର ଏହି ଫଟୋକୁ ଲୋକେ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି।

Share