ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ ନିଜ ଭାଇଙ୍କ ହାତଲେଖା ଚିଠି ଶେୟାର କରିଛନ୍ତି। ଏଥିରେ ସୁଶାନ୍ତ ୩୦ ବର୍ଷର ନିଜର ଅନୁଭବ ଏବଂ ଜୀବନର ଅସଲ କଥା ବିଷୟରେ କହଛନ୍ତି। ଶ୍ୱେତା କ୍ୟାପଶନ ଲେଖିଛନ୍ତି, ଭାଇ ଦ୍ୱାରା ଚିଠିରେ ଲେଖାଯାଇଥିବା ଏହି କଥାଗୁଡ଼ିକ ବହୁତ ଗଭୀର।

ଏଥିରେ ସୁଶାନ୍ତ ଲେଖିଛନ୍ତି, ମୁଁ ଜୀବନର ୩୦ ବର୍ଷ ନଷ୍ଟ କରିସାରିଲିଣି। ପୂର୍ବ ୩୦ବର୍ଷରେ କିଛି ହେବା ପାଇଁ ଚେଷ୍ଟା କରିଛି। ପ୍ରତି ଜିନିଷ ଭଲ ହେବା ପାଇଁ ଚାହିଁଛି। ଟେନିସ୍‌, ସ୍କୁଲରେ ଭଲ କରିବା ପାଇଁ ଚାହିଁଥିଲି। ମାତ୍ର ଏବେ ପ୍ରତି ଜିନିଷକୁ ଦେଖୁଛି, ଯେମିତି, ଏହା ଠିକ୍‌ ନୁହେଁ। ଏବେ ମୋର ବିଶ୍ୱାସ ହେଉଛି କି ଯାହା କରିଥିଲି ଭୁଲ କରିଥିଲି।

ସ୍ମରଣଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ୧୪ ଜୁନ୍‌ ୨୦୨୦ ମୁମ୍ବାଇସ୍ଥିତ ବାନ୍ଦ୍ରାରେ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ସିବିଆଇ, ଇଡି, ଏନ୍‌ସିବି, ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସ ଏହି ଘଟଣାର ତଦନ୍ତ କରୁଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ କ’ଣ ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହଘେରରେ।

Share