ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍‌’

ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ। ଏମିତିରେ ଏବେ ଅଭିନେତାଙ୍କୁ ଝୁରି ଝୁରି ଆଖି ବୁଜିଛି ପ୍ରିୟ କୁକୁର ଫଜ୍‌।

ସୁଶାନ୍ତ ପୋଷା କୁକୁର ଫଜ୍‌କୁ ବେଶ ଭଲପାଉଥିଲେ। ସେ ସର୍ବଦା ତା ସହ ଫଟୋ ଏବଂ ଭିଡିଓ ଶେୟାର କରୁଥିଲେ। ହେଲେ ଅଭିନେତାଙ୍କ ମୃତ୍ୟୁ ପରେ ଫଜ୍‌ ତାଙ୍କୁ ଝୁରି ହେଉଥିଲା। ସୁଶାନ୍ତଙ୍କ ପରିବାରଲୋକେ ତାକୁ ସାଙ୍ଗରେ ରଖିଥିଲେ। ହେଲେ ଏବେ ସେ ଆଉ ନ ଥିବା ନେଇ ସୁଶାନ୍ତଙ୍କ ଭଉଣୀ ଟୁଇଟ କରି କହିଛନ୍ତି। ଏହାପରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିବା ସହ ଦୁହିଁଙ୍କ ଫଟୋ ଶେୟାର କରୁଛନ୍ତି।

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଫଜଙ୍କ ଫଟୋ ଶେୟାର କରି ଲେଖଇଛନ୍ତି, ଫଜ୍‌ ତୁମେ ମଧ୍ୟ ସ୍ବର୍ଗରେ ଥିବା ବନ୍ଧୁଙ୍କ ପାଖକୁ ଚାଲିଗଲ। ଶୀଘ୍ର ତୁମକୁ ଭେଟିବି। ସେତେବେଳ ଯାଏ ମୋ ହୃଦୟ କ୍ଷତାକ୍ତ ହୋଇଛି। ଜାନୁୟାରୀ ୨୧ରେ ଫଜ୍‌ର ଜନ୍ମଦିନ ଥିବା ବେଳେ ସେ ଆଉ ନାହିଁ ବୋଲି ସେ କହିଛନ୍ତି।

Share