ଆଜି ସବୁ କିଛି ଅଛି, ତୁମେ ନାହଁ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ରାଖୀରେ ସୁଶାନ୍ତଙ୍କୁ ବହୁତ୍‌ ମିସ୍‌ କରୁଛନ୍ତି ତାଙ୍କ ଭଉଣୀ। ଏହି ଅବସରରେ ସେ ଭାଇଙ୍କ ପାଇଁ ଏକ ଭାବପ୍ରବଣ ମେସେଜ୍‌ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି,୩୫ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ପୂଜା ଥାଳି ସଜା ହୋଇ ଅଛି, ରାଖୀ ଏବଂ ମଠା ବି ଅଛି କିନ୍ତୁ ଆରତି ଉତାରିବାକୁ ସେ ଚେହେରା ନାହିଁ। ରାଖୀ ବାନ୍ଧିବାକୁ ସେ ହାତ ବି ନାହିଁ। ତୁମେ ପୃଥିବୀକୁ ଆସିବା ପରେ ଘରେ ଖୁସିର ଲହରୀ ଖେଳି ଯାଇଥିଲା। ସାଙ୍ଗ ହୋଇ ରହୁଥିଲୁ । ସବୁ କଥା ଶେୟାର କରୁଥିଲୁ। ତୁମ ବିନା ବଞ୍ଚିବା କଷ୍ଟକର ହୋଇପଡୁଛି ବୋଲି ସୁଶାନ୍ତଙ୍କ ଭଉଣୀ ରାନୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ଏହି ଘଟଣାର ପୋଲିସ ତଦନ୍ତ ଚାଲିଛି।

Share