ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ ତାଙ୍କ ସହ ଅନେକ ପ୍ରଶ୍ନ ଛାଡିଯାଇଛନ୍ତି। ପରିବାରର ଏକମାତ୍ର ପୁଅକୁ ହରାଇ ପିତାଙ୍କ ଆଖିରେ ମଧ୍ୟ ଲୁହ ସରୁନି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କ୍ରିତି ନିଜ ଫେସବୁକ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ଶେୟାର କରି ସାନଭାଇଙ୍କୁ ବିଦାୟ ଦେବାବେଳେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।
ଶ୍ୱେତା ସିଂ କ୍ରିତି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରି ଭାଇଙ୍କ ପାଇଁ ଶେଷ ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଶ୍ୱେତା ଫେସବୁକରେ ଲେଖିଛନ୍ତି- ’ମୋର ସାନଭାଇଙ୍କୁ ପ୍ରେମ ଏବଂ ସକାରାତ୍ମକତା ସହିତ ଶେଷ ବିଦାୟ। ଆଶାକରେ ତୁମେ ଯେଉଁଠାରେ ଅଛ ସବୁବେଳେ ଖୁସି ରୁହ … ଆମ ଭଲ ପାଇବା ତୁମ ସହ ସବୁବେଳେ ରହିବ। ସୂଚନାଯୋଗ୍ୟ, ଜୁନ୍ ୧୪ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।