ଡ୍ରଗ୍ସ ସେବନ କଥାକୁ ଅସ୍ବୀକାର କଲେ ସାରା, ଶ୍ରଦ୍ଧା

ମୁମ୍ବାଇ,୨୬।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ ଥିବା ଜଣାପଡିବା ପରେ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ବଲିଉଡର ଅଭିନେତ୍ରୀ, ଅଭିନେତାମାନଙ୍କୁ ମାରାଥନ ଜେରା କରୁଛି। ଏହି କ୍ରମରେ ଶନିବାର ଏନ୍‌ସିବି ନିକଟରେ ହାଜର ହୋଇଥିଲେ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ। ଆଜି ଏନ୍‌ସିବିରେ ହାଜର ହୋଇ ଶ୍ରଦ୍ଧା କପୁର କହିଛନ୍ତି, ‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ପାର୍ଟିକୁ ସେ ଯାଇଥିଲେ, କିନ୍ତୁ ଡ୍ରଗ୍ସ ସେବନ କରିନାହାନ୍ତି। ସେହିପରି ସାରା ଅଲ୍ଲୀ ଖାନ ମଧ୍ୟ ଏନ୍‌ସିବି ନିକଟରେ ଡ୍ରଗ୍ସ ସେବନ କଥାକୁ ଅସ୍ବୀକାର କରିଛନ୍ତି।
ପ୍ରକାଶ ଯେ, ଏନ୍‌ସିବି ସମ୍ମୁଖରେ ରିଆ ଚକ୍ରବର୍ତ୍ତୀ ନିଜ ବୟାନ ଦେବା ସମୟରେ ଡ୍ରଗ୍ସ ସମ୍ପୃକ୍ତି ନେଇ ସାରା ଓ ଶ୍ରଦ୍ଧାଙ୍କ ନାମ ନେଇଥିଲେ।

Share