ଚାଇନାରେ ରିଲିଜ ହେବ ‘ଛିଛୋରେ’

ନୂଆଦିଲ୍ଲୀ,୧୫।୧୨: ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ‘ଛିଛୋରେ’ ଚାଇନାରେ ରିଲିଜ ହେବ। ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭ ତାରିଖରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ।

“ଦେଶରେ ହୃଦୟ ଓ ବକ୍ସ ଅଫିସରେ ବାଜି ମାରିଥିବା ଫିଲ୍ମ ‘ଛିଛୋରେ’ ଚାଇନାର ପ୍ରାୟ ୧୧ ହଜାର ସ୍କ୍ରିନ(୧୦୦ ସହର)ରେ ରିଲିଜ ହେବ” ବୋଲି ଆଦର୍ଶ ଟୁଇଟ୍‌ କରିଛନ୍ତି। ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ଭାରତରେ ରିଲିଜ ହୋଇଥିଲା। ପ୍ରଥମ ଦିନ ୭ କୋଟି ଟଙ୍କା ଆୟ କରିଥିବା ‘ଛିଛୋରେ’ ଦୁଇ ସପ୍ତାହରେ ୧୦୦ କୋଟି ମାଇଲଷ୍ଟୋନ ଛୁଇଁଥିଲା। ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରଦ୍ଧା କାପୁର, ବରୁନ ଶର୍ମା, ପ୍ରତୀକ ବବର, ତାହିର ରାଜ ଭାସିନ, ନବୀନ ପୋଲିଶେଟି ଆଦି ମୁଖ୍ୟ ଭୂମିକାରେ ଥିଲେ।

Share