Categories: ଜାତୀୟ

ସୁଶାନ୍ତଙ୍କ ସମ୍ପର୍କିୟ ଭାଇଙ୍କ ଉପରେ ଗୁଳି ମାଡ଼

ପାଟନା,୩୧ା୧- ଦିବ୍ୟଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ସମ୍ପର୍କିୟ ଭାଇଙ୍କ ସମେତ ଦୁଇ ଜଣଙ୍କ ଉପରେ ୩ ଜଣ ଦୁର୍ବୁତ୍ତ ଗୁଳି ମାଡ଼ କରିଛନ୍ତି। ଘଟଣାରେ ଜଣେ ଗୁରୁତର ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ପ୍ରାଇଭେଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ଶନିବାର ଅପରାହ୍ନ ୧୧.୩୦ରେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ରାଜ କୁମାର ସିଂ ଓ ତାଙ୍କ ସାଥି ଅଲି ହାସନ ମାଧେପୁରା ଜିଲା ଯାଉଥିବାବେଳେ ଗୁଳି ମାଡ଼ ହୋଇଥିଲା। ରାଜ କୁମାରଙ୍କ ୩ଟି ମୋଟର ବାଇକ୍‌ ଶୋ ରୁମ୍‌ ଅଛି। ସମସ୍ତ ଶୋରୁମ୍‌ର ବ୍ୟବସାୟ ଦେଖିବା ପାଇଁ ପ୍ରତ୍ୟେକ ଦିନ ସମାନ ରୁଟ୍‌ରେ ଯାଆନ୍ତି। ରାଜ କୁମାର ଓ ଅଲି ହାସନ ସାହାର୍ସା କଲେଜ ପାଖ ବାଇଜନାଥପୁର ଛକରେ ପହଞ୍ଚିବା ପରେ ୩ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ଏ ଘଟଣାରେ ଅଲି ଗୁରୁତର ହୋଇଥିବା ଏସ୍‌ପି ଲିପି ସିଂ କହିଛନ୍ତି।

Share