ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍‌ବୁକ ଆକାଉଣ୍ଟ ଆକ୍ଟିଭ୍‌: ଚକିତ ହେଲେ ପ୍ରଶଂସକ, କହିଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଏବେ ବି ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହଠାତ୍‌ ଆକ୍ଟିଭ୍‌ ହୋଇଯିବାରୁ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ଦୁଇଦିନ ତଳେ ସୁଶାନ୍ତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଆକ୍ଟିଭ୍‌ ହେବା ସହିତ ପ୍ରୋଫାଇଲ ଫଟୋ ମଧ୍ୟ ବଦଳିଯାଇଛି।

କିଛି ପ୍ରଶଂସକ ଭାବପ୍ରବଣ ହୋଇଯାଇଥିବା ବେଳେ ଅନେକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏବେ ବି ଅନେକଙ୍କ ମନରେ ପ୍ରଶ୍ନ ସୁଶାନ୍ତ ତ ନାହାନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କିଏ ପରିଚାଳନା କରୁଛି।

ଜଣେ ୟୁଜର ଲେଖିଛନ୍ତି- ‘ସୁଶାନ୍ତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ କେହି ଜଣେ ପରିଚାଳନା କରୁଛନ୍ତି। ମିସ୍‌ ୟୁ ସୁଶାନ୍ତ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ସୁଶାନ୍ତ ଏହି ଦୁନିଆରେ ଜୀବିତ ଅଛନ୍ତି। ଅନ୍ୟଜଣେ ୟୁଜର ଲେଖିଛନ୍ତି, ଯାହା ସବୁ ଘଟୁଛି ଆଶ୍ଚର୍ଯ୍ୟଜନକ।

Share