୫୫ ହଜାର ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଲେ ସୁଶାନ୍ତଙ୍କ ପ୍ରଶଂସକ

ଆଗ୍ରା, ୨୬।୯: ତାଜ୍‌ ନଗରୀ ଆଗ୍ରାର ଜଣେ ଯୁବକ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକ ଜଣଙ୍କ କହିଛନ୍ତି, ସେ ତାଙ୍କ ପରିବାର ଲୋକଙ୍କ ଲାଗି ଏପରି କରିଛନ୍ତି। ଏହି ଯୁବକଜଣଙ୍କ ଦିଗଂବତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ପ୍ରଶଂସକ। ଉଲ୍ଲେଖନୀୟ କଥା ହେଉଛି, ସୁଶାନ୍ତ ମଧ୍ୟ ଚନ୍ଦ୍ରରେ ଜାଗା କିଣିଥିଲେ।
ମୁତାବକ, ଆଗ୍ରାର ସଦର ପୋଲିସ ଷ୍ଟେସନର ବାସିନ୍ଦା ଗୌରବ ଗୁପ୍ତା ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଲାଭ ପରେ ବିଦେଶରେ ରହି ଚାକିରି କରୁଥିଲେ। କିନ୍ତୁ ଯେତେବେଳେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କଲା ସେ ଘରକୁ ପଳାଇ ଆସିଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ପ୍ରଶଂସକ ହୋଇଥିବାରୁ ତାଙ୍କ ଅକାଳ ମୃତ୍ୟୁରେ ଗୌରବ ଭାଙ୍ଗି ପଡ଼ିଥିଲେ। ପରେ ଯେତେବେଳେ ଜାଣିଲେ ସୁଶାନ୍ତ ଚନ୍ଦ୍ରରେ ଜାଗା କିଣିଛନ୍ତି ତାପରେ ଗୌରବଙ୍କ ମଧ୍ୟ ମନ ବଳାଇଥିଲା। ଚନ୍ଦ୍ରରେ ଜାଗା କିଣିବାକୁ ଗୌରବ ଲୁନାର ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହି ସଂସ୍ଥା ପାଖରେ କେବଳ ଚନ୍ଦ୍ରରେ ଜାଗା ବିକିବାର ଅଧିକାର ଥିଲା। ଶେଷରେ ୩ ମାସର ପ୍ରଚେଷ୍ଟା ପରେ ଗୌରବ ୫୫ ହଜାର ଟଙ୍କା ମୂଲ୍ୟରେ ଚନ୍ଦ୍ରରେ ଜାଗା କିଣିଥିବା ନେଇ କାଗଜପତ୍ର ପାଇଥିଲେ।

Share