ନୂଆଦିଲ୍ଲୀ, ୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଶନିବାର ଫରିଦାବାଦରେ ନ୍ୟାୟ ପାଇଁ ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଭଉଣୀ ରୀନା ସିଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲା ଖଟ୍ଟରଙ୍କୁ ଭେଟିଛନ୍ତି। ଉଭୟଙ୍କ ସାକ୍ଷାତ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ନିଶ୍ଚୟ ନ୍ୟାୟ ମିଳିବ ବୋଲି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏ ନେଇ ଏଏନଆଇ (ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ) ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛି। ଯେଉଁଥିରେ ସୁଶାନ୍ତଙ୍କ ପିତା ଏବଂ ଭଉଣୀ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବସିଥିବା ନଜର ଆସିଛନ୍ତି।
ପ୍ରକାଶ ଯେ, ସୁଶାନ୍ତ ଜୁନ୍ ୧୪ରେ ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରୁଛି।
Haryana Chief Minister Manohar Lal Khattar meets actor #SushantSinghRajput's father KK Singh and his sister Rani Singh in Faridabad.
The actor died by suicide at his residence in Mumbai, Maharashtra on June 14. Central Bureau of Investigation (CBI) is probing his death case. pic.twitter.com/AiqiWZmYOr
— ANI (@ANI) August 8, 2020