ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ

ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟାରେ ୫୫ ସେକେଣ୍ଡର ଟ୍ରିଜରକୁ ଦେଖି ସାରିଛନ୍ତି ହଜାର ହଜାର ଭ୍ୟୁୟର୍ସ। ୧୦ ମାସ ହେଲା ପୂରା ଦେଶ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜାଣିବାକୁ ଅପେକ୍ଷା କରିଛି। ଏହା ଉପରୁ ପରାଦା ଉଠାଇପାରେ ଜୁନ ୧୧ ତାରିଖରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ।

ଫିଲ୍ମରେ ସରିଏଲ ଅଭିନେତା ଜୁବେର ଖାନ୍‌ ଓ ଶ୍ରେୟା ଶୁକ୍ଲାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ନାର୍କୋଟିକ ଅଫିସର ଭାବେ ନଜର ଆସିବେ ଶକ୍ତି କପୁର। ତେବେ ସୁଶାନ୍ତଙ୍କ କାହାଣୀ ପବ୍ଲିକ ଡୋମେନରେ ରହିଥିବାରୁ ଫିଲ୍ମରେ ମୁଖ୍ୟ ଅଭିନେତାଙ୍କ ନାମ ମହିନ୍ଦର ସିଂ ରଖାଯାଇଛି। ଫିଲ୍ମରେ ମହିନ୍ଦରଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠାଇବା ପାଇଁ ଦେଶର ୩ ବଡ଼ ତଦନ୍ତକାରୀ ସଂସ୍ଥା କେଉଁ ଭଳି ତଦନ୍ତ କରୁଛନ୍ତି, ତାହା ଫିଲ୍ମରେ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ୩୪ ବର୍ଷୀୟ ସୁଶାନ୍ତଙ୍କ ମୃତଦେହ ଗତ ବର୍ଷ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା।

Share