Advertisement

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ସମେତ ତାଙ୍କ ଭାଇ ଓ ପିତାଙ୍କୁ ୧୦ ଘଣ୍ଟା ଧରି ଇଡି ଜେରା କରିଥିଲା। ମଙ୍ଗଳବାର ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ବିହାରରୁ ମୁମ୍ବାଇବାକୁ ଏହି ମାମଲା ସ୍ଥାନାନ୍ତର କରିବାକୁ ରିୟା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସେହିପରି ଏହି ମାମଲାରେ ନିଜର ବୟାନ ରେକର୍ଡ କରାଇବା ପାଇଁ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ମାମଲାରେ ଇଡି ମିତୁଙ୍କ ବୟାନ ରେକର୍ଡ କରିବ। ତେବେ ମିତୁ ହେଉଛନ୍ତି ସୁଶାନ୍ତଙ୍କ ପରିବାର ପ୍ରଥମ ସଦସ୍ୟ ଯାହାଙ୍କୁ ଇଡି ଜେରା କରୁଛି। ଅନ୍ୟପଟେ ଇଡିର ଜେରା ସମୟରେ ଶ୍ରୁତି ମୋଦି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେବେଠାରୁ ରିୟା ସୁଶାନ୍ତଙ୍କ ଜୀବନକୁ ଆସିଥିଲେ, ସେବେଠାରୁ ସେ ସୁଶାନ୍ତଙ୍କ ସମସ୍ତ ନିଷ୍ପତ୍ତି ନେଉଥିଲେ। ଏଥିସହ ତାଙ୍କର ଆର୍ଥିକ ଓ ପ୍ରୋଜେକ୍ଟ ଉପରେ ମଧ୍ୟ ରିୟା ନିଷ୍ପତ୍ତି ନେଉଥିଲେ। ତେବେ ୨୦୨୦ ଫେବୃୟାରୀ ପରଠାରୁ ଶ୍ରୁତି ଆଉ ସୁଶାନ୍ତଙ୍କ ସମ୍ପର୍କରେ ନ ଥିଲେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share