ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ ପ୍ରମୁଖ ଦୋଷୀ ବୋଲି କୁହାଯାଉଛି। ପ୍ରଥମେ ମାମଲା ବମ୍ବେ ପୋଲିସ ହାତରେ ଥିବା ବେଳେ ଏବେ ସିବିଆଇ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲି ପୁଣି ବିବାଦକୁ ଆସିଛନ୍ତି ରିୟା। ସୁଶାନ୍ତଙ୍କ ବିଷୟରେ ରିୟା ରଖିଥିବା ଯୁକ୍ତିକୁ ଭିତ୍ତିହୀନ କହୁଛି ସୁଶାନ୍ତଙ୍କ ପରିବାର।
ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଟୁଇଟ୍ କରି ରିୟାଙ୍କୁ କଟାକ୍ଷ କରିଛନ୍ତି। ଭାଇ କେବେ ବି ଏହି ଝିଅ ସହ ଭେଟ ହୋଇ ନ ଥାନ୍ତେ କି? କାହାର ସହମତି ବିନା ତାକୁ ଡ୍ରଗ୍ସ ଦେବା ଏବଂ ପୁଣି ତାକୁ ମାନସିକ ଅବସାଦରେ ଥିବା କହି ମନୋଚିକିତ୍ସକଙ୍କ ପାଖକୁ ନେଇଯିବା କିଭଳି ସ୍ତରର ହେରଫେର ତାହା ସ୍ପଷ୍ଟ ହେଉଛି। ତୁମେ ତୁମ ଆତ୍ମାକୁ କ’ଣ ଜବାବ ଦେବ। ତୁମେ ସବୁ ସୀମା ଲଙ୍ଘି ସାରିଲଣି।
ଆଉ ଏକ ଟୁଇଟ୍ରେ ଶ୍ୱେତା ଲେଖିଛନ୍ତି, ତୁମର ସାହସ ଏତେ ଯେ ମୋର ଏତେ ଭଲ ଭାଇ ବିଷୟରେ ଭୁଲ କଥା ଜାତୀୟ ଗଣମାଧ୍ୟମରେ କହି ତାକୁ ବଦନାମ କରିବାକୁ ଚେଷ୍ଟା କରୁଛି। ତୁମକୁ କ’ଣ ଲାଗୁଛୁ ତୁମେ ଯାହା କରିଛ ତାହା ଭଗବାନ ଦେଖୁନାହାନ୍ତି ବୋଲି। ମୁଁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ। ମୁଁ ଏବେ ଭଗବାନ କ’ଣ କରୁଛନ୍ତି ତୁମ ସହ ତାହା ଦେଖିବାକୁ ଚାହୁଛି ବୋଲି ଶ୍ୱେତା କହିଛନ୍ତି।
I wish Bhai would have never met that girl at all!! Drugging someone without his consent and then convincing him that you are not well, taking him to the psychiatrists… what level of manipulation is this!! How will you ever redeem your soul!!! You are so done!! #ArrestRheaNow
— shweta singh kirti (@shwetasinghkirt) August 27, 2020