ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ଦେଢ଼ ମାସ ହୋଇଯାଇଛି। କିନ୍ତୁ ଏବେ ବି ତାଙ୍କୁ ଭୁଲିପାରି ନାହାନ୍ତି ପରିବାର ଲୋକେ ଏବଂ ପ୍ରଶଂସକ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବେ, ତାହା ବିଶ୍ୱାସ ହେଉ ନାହିଁ। ଏହା କହିଛନ୍ତି ସୁଶାନ୍ତଙ୍କ କୋରିଓଗ୍ରାଫର ବନ୍ଧୁ ଗଣେଶ ହିଓ୍ବାର୍କର। ସେ କହିଛନ୍ତି ଯେ, ଯେତେବେଳେ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ସେତେବେଳେ ସୁଶାନ୍ତ ମୋତେ ଏପରି କରିବାକୁ ବାରଣ କରିଥିଲେ। ଶେଷରେ ନିଜେ ଆତ୍ମହତ୍ୟା କଲେ ବୋଲି ଗଣେଶ କହିଛନ୍ତି।
୨୦୦୭ରେ ଗଣେଶ ପ୍ରଥମ ଥର ସୁଶାନ୍ତଙ୍କୁ ଭେଟିଥିଲେ। ଏହି ସମୟରେ ଗଣେଶଷଙ୍କର ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍ଅପ୍ ହୋଇଯାଇଥିଲା। ତେଣୁ ସେ ଦୁଃଖରେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ସୁଶାନ୍ତଙ୍କୁ କହିଥିଲେ। ଏପରି ନ କରିବା ପାଇଁ ସୁଶାନ୍ତ ତାଙ୍କୁ ବହୁତ ବୁଝାଇଥିଲେ। ଖାଲି ସେତିକି ନୁହେଁ, ଏହି ସମୟରେ ସୁଶାନ୍ତ ତାଙ୍କ ସହ ସମୟ ବିତାଇବା ସହ ଘଣ୍ଟା ଧରି କଥା ହେଉଥିଲେ। ଆତ୍ମହତ୍ୟା ପାଇଁ ଅନ୍ୟକୁ ମନା କରୁଥିବା ବ୍ୟକ୍ତି ନିଜେ କିପରି ଏମିତି କରିପାରବେ ବୋଲି ଗଣେଶ କହିଛନ୍ତି।