ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି। ଜଣେ ଦକ୍ଷ ଅଭିନେତା କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ବା ତାଙ୍କୁ କିଏ ହତ୍ୟା କରିଛି ସେନେଇ ମୁମ୍ବାଇ ପୋଲିସ ତଦନ୍ତ କରୁଥିବା ବେଳେ ଏବେ ବିହାର ପୋଲିସ ମଧ୍ୟ ଏଥିରେ ଯୋଡି ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ପୋଲିସକୁ କୌଣସି ତଥ୍ୟ ମିଳିପାରିନାହିଁ। ଇତିମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ଜଣାପଡ଼ିଛି। ଏନେଇ ସମସ୍ତ କାଗଜପତ୍ର ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଶେଷ ହୋଇଯିବ। ଏହାପରେ ଉକ୍ତ ସୁପାରିଶକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ଓ ସିବିଆଇକୁ ପଠାଯିବ ବୋଲି ନୀତିଶ ସୂଚନା ଦେଇଛନ୍ତି।

Share