ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ ବଡ଼ ସେଲିବ୍ରିଟିଙ୍କୁ ପଚରାଉଚରା କରି ଏହି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ପୋଲିସ ଚେଷ୍ଟା ଜାରି ରଖିଛି। ଇତିମଧ୍ୟରେ ସୁଶାନ୍ତ ସିଂହଙ୍କ ମାମଲାରେ ଓ୍ବାଇଆର୍‌ଏଫ୍‌ ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି। ଶନିବାର ସକାଳେ ବର୍ସୋବା ପୋଲିସ ଷ୍ଟେଶନରେ ଆଦିତ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ଦୀର୍ଘ ୪ ଘଣ୍ଟା ଧରି ପୋଲିସ ତାଙ୍କୁ ପଚରାଉଚୁରା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମାମଲାରେ ଏପର୍ଯ୍ୟନ୍ତ ୩୭ ଜଣଙ୍କୁ ପୋଲିସ ପଚରାଉଚୁରା କରିସାରିଛି।

Share