ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି ଯେ, ମା’ ବାପାଙ୍କ ମୃତ୍ୟୁ ଏବଂ ପୁଅ ଜନ୍ମ ହେବା ପରେ ସେ ଡିପ୍ରେଶନରେ ଚାଲିଯାଇଥିଲେ। ଏହା ଏମିତି ଏକ ରୋଗ ଯାହାକି କେଉଁ ସମୟରେ, କେତେବେଳେ କାହାକୁ ବି ହୋଇପାରେ। ଡିପ୍ରେଶନକୁ ଅଣଦେଖା କରି ଏଥିରୁ ମଲ ମଧ୍ୟ ହୋଇ ପାରିବା ବୋଲି ସେ କହିଛନ୍ତି।
ଏଥିସହ ସେଲିନା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ବହୁତ ବଡ଼ ଦୁଃଖର କଥା, କାରଣ ଆମେ ଜଣେ ଭଲ ଅଭିନେତାଙ୍କୁ ହରାଇଛୁ। ସୁଶାନ୍ତ ଜଣେ ଉଜ୍ଜ୍ୱଳ ପ୍ରତିଭାବାନ ଅଭିନେତା ଥିଲେ, ଯିଏକି ଭବିଷ୍ୟତରେ ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ବୋଲି ସେଲିନା କହିଛନ୍ତି।

Share