ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା ସିନ୍‌ର ରିକ୍ରିଏଟ୍‌ କରାଯିବ। ଏଥିରେ ସୁଶାନ୍ତଙ୍କୁ ପୁଣି ଥରେ ଆତ୍ମହତ୍ୟା କରିବାକୁ ପଡ଼ିବ। ସୁଶାନ୍ତଙ୍କ ଭୂମିକାରେ ଅଭିନୟ କରି ଜଣେ ପୋଲିସ ଏଭଳି କରିବେ। ଏହାଦ୍ୱାରା ତଦନ୍ତ ପ୍ରଭାବଶାଳୀ ହେବା ସହିତ ଦୋଷୀଙ୍କୁ ଧରିବା ସହଜ ହେବ ବୋଲି ବିହାର ପୋଲିସ ପକ୍ଷରୁ କୁହାଯାଇଛି। ମୁମ୍ବାଇ ପୋଲିସ ଫୋରେନ୍ସିକ୍‌ ଏଭିଡେନ୍ସ୍‌ ନେଇଯାଇଥିବାରୁ ବିହାର ପୋଲିସ ପକ୍ଷରୁ ଆତ୍ମହତ୍ୟା ସିନ୍‌ ରିକ୍ରିଏଟ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଏହା କରାଯିବ। ଜୁନ୍‌ ୧୪ର ସ୍ଥିତି ଘରେ ସୃଷ୍ଟି କରାଯାଇ ଆତ୍ମହତ୍ୟା ସିନ୍‌କୁ ରିକ୍ରିଏଟ୍‌ କରାଯିବ ବୋଲି ବିହାର ପୋଲିସ କହିଛି।

Share