ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ ପ୍ରିୟ ଥିବା ପୋଷାକୁକୁର ‘ଫଡ୍ଜ’କୁ ଛଡ଼ା ଯାଇ ନ ପାରେ।

ସୁଶାନ୍ତଙ୍କ ସହ ଅଧିକ ସମୟ ବିତାଉଥିବା ଫଡ୍ଜ ଏକୁଟିଆ ହୋଇଯାଇଥିଲା। ଏପରିକି ଖାଦ୍ୟପେୟ ଗ୍ରହଣ କରୁ ନଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ଘଟଣାକୁ ଅନେକ ଦିନ ବିତିଥିବାରୁ ସେ କୁଆଡେ ଗଲା ସେ ନେଇ ଅନେକ ପ୍ରଶଂସକ ଚିନ୍ତା ପ୍ରକଟ କରୁଥିଲେ। ଶେଷରେ ତାହା ଜଣାପଡ଼ିଛି।

ଫଡ୍ଜ ଏବେ ବିହାର ପାଟଣାରେ ରହୁଥିବା ସୁଶାନ୍ତଙ୍କ ପରିବାର ସହ ଅଛି। ସୁଶାନ୍ତଙ୍କ ଭଉଣୀ ସ୍ବେତା ସିଂ କୀର୍ତ୍ତି ଏକ ଫଟୋ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ବାପାଙ୍କ ସହ ଫଡ୍ଜ ବୋଲି ସେ କ୍ୟାପ୍‌ସନ ଲେଖିଥିବା ଦେଖିବାକୁ ମିଳୁଛି। ଉକ୍ତ ଫଟୋ ଏବେ ଭାଇରାଲ ହେଉଛି।

Share