ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।
ରିୟା ଏକ ଭିଡିଓ ଜାରି କରି କହିଛନ୍ତି, ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ବିଶ୍ବାସ ଅଛି। ମୋତେ ନ୍ୟାୟ ନିଶ୍ଚୟ ମିଳିବ। ମୋ ବିରୋଧରେ ବୈଦ୍ୟୁତିକ ଗଣମାଧ୍ୟମରେ ଅନେକ କଥା କୁହାଯାଉଛି। ମାମଲା ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ ମୁଁ ମନ୍ତବ୍ୟ ଦେବାରୁ ନିବୃତ ରହୁଛି। ସତ୍ୟମେବ ଜୟତେ, ସତ୍ୟର ନିଶ୍ଚୟ ବିଜୟ ହେବ ବୋଲି ସେ କହିଛନ୍ତି।

 

ପ୍ରକାଶ ଯେ, ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର ଅନ୍ୟ ଛଅଜଣ ସଦସ୍ୟଙ୍କ ବିରୋଧରେ ପାଟନାସ୍ଥିତ ରାଜୀବ ନଗର ଥାନାରେ ଏଫଆଇଆର ଦେଇଛନ୍ତି। ଏଫଆଇଆର୍‌ ଦିଆଯିବା ପରେ, ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରାଯିବା କଥାରେ ରିୟା ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

Share