ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ,୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି ନ ଥିଲା ବୋଲି ମଙ୍ଗଳବାର ବାନ୍ଦ୍ରା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୁଶାନ୍ତ ରହୁଥିବା ବିଲ୍‌ଡିଂର ସିସିଟିଭି ରେକର୍ଡିଂକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି। ଏହି ମାମଲାର ତଦନ୍ତ ପାଇଁ ସିସିଟିଭି ରେକର୍ଡିଂକୁ ବ୍ୟବହାର କରାଯିବ ବୋଲି ବାନ୍ଦ୍ରା ପୋଲିସ କହିଛି। ସୂଚନାଯୋଗ୍ୟ, ସୁଶାନ୍ତ ଆତ୍ମହତ୍ୟା କରିବା ପଛର କାରଣ ଖୋଜିବା ପାଇଁ ମୁମ୍ବାଇ ପୋଲିସ ସବୁ ଦିଗକୁ ଅନୁସନ୍ଧାନ କରୁଛି। ଏହି ମାମଲାରେ ପୋଲିସ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଜଣାଶୁଣା ବ୍ୟକ୍ତି, ସୁଶାନ୍ତଙ୍କ ନିକଟତର ବନ୍ଧୁ ଓ ପରିବାର ଲୋକଙ୍କୁ ପଚରାଉଚରା କରିସାରିଛି। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ୩୪ଜଣଙ୍କ ବୟାନ ରେକର୍ଡ ହୋଇସାରିଛି। ସୋମବାର ବାନ୍ଦ୍ରା ପୋଲିସ ବଲିଉଡ୍‌ ଫିଲ୍ମ ପ୍ରଯୋଜକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ପ୍ରାୟ ୩ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି।

Share