ଆଜି ରିଲିଜ ହେବ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର: ଜାଣନ୍ତୁ କେମିତି, କେଉଁଠାରେ ଦେଖିବେ ‘ଦିଲ ବେଚାରା’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ ବେଚାରାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆଜି ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଏହି ଅପେକ୍ଷାରେ ଆଉ କିଛି ଘଣ୍ଟା ବାକି ଅଛି।

ଆଜି ସା ୭ ଟା ୩୦ ମିନିଟ୍‌ରେ ସୁଶାନ୍ତଙ୍କ ଫିଲ୍ମ ଦିଲ ବେଚାରା ଓଟିଟି ପ୍ଲାଟଫର୍ମ ଡିଜନି + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ସୁଶାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଭାବନାକୁ ବଜାୟ ରଖି ଏହି ଚଳଚ୍ଚିତ୍ରଟି ମାଗଣା କରାଯାଇଛି। ବର୍ତ୍ତମାନ ସମସ୍ତେ ଏହି ଚଳଚ୍ଚିତ୍ରକୁ ମାଗଣାରେ ଦେଖିପାରିବେ।

ସୁଶାନ୍ତଙ୍କ ଫିଲ୍ମକୁ ଅନେକ ସେଲିବ୍ରିଟି ମଧ୍ୟ ପ୍ରମୋଟ କରିଛନ୍ତି। ମୁକେଶ ଛାବ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ସୁଶାନ୍ତଙ୍କ ଫିଲ୍ମରେ ନାୟିକା ସଞ୍ଜନା ସାଙ୍ଗୀ ଏବଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହି ଚଳଚ୍ଚିତ୍ର ସହ ଜଡିତ ସ୍ମୃତି ବାଣ୍ଟୁଛନ୍ତି।

‘ଦିଲ ବେଚାରା’ ହେଉଛି ୨୦୧୪ ହଲିଉଡ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ ଆଓ୍ବାର ଷ୍ଟାର୍ସ’ର ରିମେକ। ଏହି ଚଳଚ୍ଚିତ୍ର ଜନ ଗ୍ରୀନଙ୍କ ପୁସ୍ତକ ଉପରେ ଆଧାରିତ ଥିଲା। ଫିଲ୍ମର ଅନେକ ଗୀତ ରିଲିଜ ହୋଇସାରିଛି। ଏହା ସହିତ ଫିଲ୍ମର ଟ୍ରେଲର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ ଆଜି ସମସ୍ତଙ୍କ ଆଖିରୁ ଲୁହ ଝରିବ । କେହିକେହି କହୁଛନ୍ତି ଏହି ଭଲପାଇବା ଦେଖିବାକୁ ସୁଶାନ୍ତ ଆମ ସମସ୍ତଙ୍କ ମଧ୍ୟରେ ଥାନ୍ତେ କି। ଏହି ପୋଷ୍ଟର ସେୟାର କରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୁକେଶ ଲେଖିଛନ୍ତି, ‘ଆମେ ତୁମ ସମସ୍ତଙ୍କ ପାଇଁ ଏହାକୁ ଅଧିକ ସ୍ବତନ୍ତ୍ର କରିବାକୁ ଚାହୁଁଛୁ, ତେଣୁ ଏହି ତାରିଖ ଏବଂ ସମୟକୁ ଲକ କର। ଆସନ୍ତୁ ସମସ୍ତେ ଏକାଠି ଦେଖିବା। ଏକାସାଙ୍ଗରେ, ବିଭିନ୍ନ ସ୍ଥାନରୁ, ଦର୍ଶକ ହେବା।ଏହା ସୁଶାନ୍ତଙ୍କ ପାଇଁ ଅଟେ ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri