ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ

ମୁମ୍ବାଇ,୨୪।୫: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ ଦର୍ଶାଯାଇଛି। ଅର୍ଥାତ୍‌ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଏହି ରିପୋର୍ଟରେ ୫ଜଣିଆ ଡାକ୍ତର ଦସ୍ତଖତ କରିଥିବା ଜଣାପଡ଼ିଛି। ତେବେ ତାଙ୍କ ଭିସେରା ରିପୋର୍ଟକୁ ସଂରକ୍ଷିତ ରଖାଯାଇଥିବା ବେଳେ ପ୍ରାଥମିକ ଭିତ୍ତିରେ ଏନେଇ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି। ଅନ୍ୟପଟେ ଯଥାଶୀଘ୍ର ଭିସେରା ରିପୋର୍ଟ ଦେବା ପାଇଁ ଫରେନ୍‌ସିକ୍‌ ବିଭାଗକୁ ପୋଲିସ ମହାନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମଣ୍ଟେରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ ଜଗତ ଓ ପ୍ରଶଂସକଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ଜଣେ ଭର୍ସାଟାଇଲ ଓ ସଫଳ ଅଭିନେତା ହୋଇ ସେ ଏଭଳି ପଦକ୍ଷେପ କାହିଁକି ନେଲେ ତାହା ଆଜିବି ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଯାଇଛି।

Share