ଶହୀଦ ସୁଶାନ୍ତଙ୍କ ମାଆ ଅସୁସ୍ଥ

ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍‌ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମେ ସ୍ବାମୀ ପରେ ଦୁଇ ପୁଅଙ୍କ ବିୟୋଗର ଭାର କାନ୍ଧରୁ ଓହ୍ଲାଇ ନ ଥିବାବେଳେ ସାହା ଭରସା ପାଲଟିଥିବା ସାନପୁଅ ସୁଶାନ୍ତ ମାଓବାଦୀଙ୍କ ଗୁଳିରେ ଶହୀଦ ହେବା ଘଟଣା ମାଆଙ୍କୁ ଗଭୀର ମାନସିକ ଆଘାତ ଦେଇଛି। ସୂଚନାଯୋଗ୍ୟ, ଚଳିତ ଅଗଷ୍ଟ ୧୧ ରେ ଝାଡ଼ଖଣ୍ଡରେ ମାଓବାଦୀ ଆକ୍ରମଣରେ ସୁଶାନ୍ତ ଶହୀଦ ହୋଇଥିଲେ।

Share