ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍‌ର ଡାଟା ଡିଲିଟ୍‌ କରିଥିଲେ ଗର୍ଲଫ୍ରେଣ୍ଡ…

ମୁମ୍ବାଇ, ୨୭।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଗର୍ଲଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ଆଇଟି ପ୍ରଫେସନାଲଙ୍କ ସହାୟତା ନେଇ ୮ଟି ହାର୍ଡ ଡିସ୍କରୁ ଡାଟା ଡିଲିଟ୍‌ କରିଥିଲେ। ଏହା ଜୁନ୍‌ ୮ର ଘଟଣା ବୋଲି କୁହାଯାଉଛି। ସିବିଆଇ ପଚରା ଉଚରା ସମୟରେ ଏହା ଜଣାପଡ଼ିଛି। ଏବେ ପୁଣି ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ପିତା କେ.କେ.ସିଂ କହିଛନ୍ତି ଯେ, ଦୀର୍ଘ ଦିନ ଧରି ରିଆ ଚକ୍ରବର୍ତ୍ତୀ ଜାଣିଶୁଣି ସୁଶାନ୍ତଙ୍କୁ ଡ୍ରଗ୍ସ୍‌ ଦେଉଥିଲେ। ଏପରି କାହିଁକି କରାଯାଉଥିଲା ସେ ପ୍ରଶ୍ନ କରିଛନ୍ତି। ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ରିଆ କହିଛନ୍ତି ଯେ, ବିମାନ ଯାତ୍ରାରେ ସୁଶାନ୍ତଙ୍କୁ ଭୟ ଲାଗୁଥିବାରୁ ସେ ମୋଡ଼ାଫିନିଲ୍‌ ଔଷଧ ଦେଉଥିଲେ। ମାତ୍ର ଏହା କୌଣସି ଡ୍ରଗ୍ସ୍‌ ନ ଥିଲା ବୋଲି ସେ କହିଛନ୍ତି।

Share