ସୁଶାନ୍ତଙ୍କ ନୂଆ ଟିମ୍‌ରେ ୧୩୧ଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ନିକଟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିକ୍ରମରେ ରବିବାର ଦଳ ପକ୍ଷରୁ ସନ୍ତୋଷ ମହାନ୍ତି, ପ୍ରତାପ ଜେନା, ଦୀପକ ମହାପାତ୍ର, ନିରୁପମା ଦାସ, ଅଶୋକ ବିଶୋୟୀ, ମନୋରଞ୍ଜନ ମହାନ୍ତି, ଅବନି ପାଟଶାଣୀ, ଶ୍ରୀଧର ଜେନା ପ୍ରମୁଖ ୨୭ଜଣଙ୍କୁ ଭୁବନେଶ୍ୱରର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସାଙ୍ଗଠନିକ ଜିଲା ଉପସଭାପତି ଭାବେ ୨୪ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସଞ୍ଜୟ ସେଠୀ, କେ. ଶାନ୍ତି, ନୂପରେଶ ନାଏକ, ହୃଦୟବଲ୍ଲଭ ସାମନ୍ତରାୟ, ଦିଲୀପ ମାଝୀ, ସୁବାସ ସୁନ୍ଦରାୟ, ଜିତେନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମାଲିଆ, ପୂର୍ଣ୍ଣ ଜେନା ପ୍ରମୁଖଙ୍କୁ ଏହି ଦାୟିତ୍ୱ ମିଳିଛି। ସାଧାରଣ ସମ୍ପାଦକ ଭାବେ ୨୩ଜଣ ଦାୟିତ୍ୱ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ, ଛବି ଦାଶ, ଶ୍ରୀଧର ବେହେରା, ପୁଷ୍ପା ଦାସ, ପ୍ରମୋଦ ମହାପାତ୍ର, ମୁଜାହିଦ ହୁସେନ, ଲୋରା ମହାପାତ୍ର ପ୍ରମୁଖ ରହିଛନ୍ତି। ସାଙ୍ଗଠନିକ ଜିଲାର ସେକ୍ରେଟାରୀ ଭାବେ ୭୯ ଜଣ ଦାୟିତ୍ୱ ପାଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରତାପ ସାହୁ, ଦୀପ୍ତିମୟୀ ସାମନ୍ତରାୟ, ଅନୀତି ରାଣୀ ମହାନ୍ତି, ଜ୍ୟୋସ୍ନାମୟୀ ଜେନା, ବିନୟିନୀ ଜେନା, ଅଶୋକ କୁମାର ସିଂହ, କୃଷ୍ଣଚନ୍ଦ୍ର ସେଠୀ, ବନ୍ଦନା ସାହୁ, ଦେବୀ ପ୍ରସାଦ ନନ୍ଦ, କୃଷ୍ଣ ଜେନା, ବାଇରାମ ସ୍ବାଇଁ ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ସ୍ଥାନର ଦାୟିତ୍ୱ ମିଳିଛି। ଏହି ସାଙ୍ଗଠନିକ ଜିଲାର ଟ୍ରେଜେରିୟର ଭାବେ ମଧ୍ୟ ନିର୍ବାଚନ ମଣ୍ଡଳୀର ଅଖିଳ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି।

Share