ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ: ଜାଣନ୍ତୁ ମୃତ୍ୟୁ ପଛର କାରଣ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ଦେଢ଼ ମାସ ଉପରେ ବିତିଯାଇଛି। ହେଲେ ଏଯାଏ ତାଙ୍କ ମୃତ୍ୟୁ ପଛର କାରଣ ଉପରୁ ରହସ୍ୟ ହଟାଇପାରୁନି ମୁମ୍ବାଇ ପୋଲିସ। ସୁଶାନ୍ତଙ୍କ ମାମଲାରେ ଏଯାଏ ବାନ୍ଦ୍ରା ପୋଲିସ ୩୭ଜଣଙ୍କୁ ଜେରା କରିସାରିଛି। ଇତିମଧ୍ୟରେ ସୋମବାର ସୁଶାନ୍ତଙ୍କ ଫରେନ୍‌ସିକ ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। କଲିନା ଫରେନ୍‌ସିକ ଲ୍ୟାବ ପକ୍ଷରୁ ଏହି ରିପୋର୍ଟ ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ବିଷ ନ ଥିଲା। ଅର୍ଥାତ୍‌ ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ପ୍ରକାର ନିଶା ଦ୍ରବ୍ୟର ସେବନ କରି ନ ଥିଲେ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ତାଙ୍କ ନଖର ରିପୋର୍ଟ ଆସିବା ବାକି ରହିଛି। ସୂଚନାଯୋଗ୍ୟ, ଜୁନ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ବଂଶବାଦକୁ ନେଇ ଚର୍ଚ୍ଚା ହୋଇଥିଲା।

Share