ଜଳନ୍ଧର,୬।୪: ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ପଞ୍ଜାବର ଜଲନ୍ଧର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଦ୍ରୋହୀ ମନୋଭାବ ଯୋଗୁ ପଞ୍ଜାବ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ଜଲନ୍ଧର ପଶ୍ଚିମ ବିଧାୟକ ସୁଶୀଲ କୁମାର ରିଙ୍କୁଙ୍କୁ ଏଏପି ଟିକେଟ ଦେଇ ଏକ ବଡ଼ ବାଜି ଖେଳିଛି। ମାତ୍ର ୨୪ଘଣ୍ଟା ପୂର୍ବରୁ ସୁଶୀଲ କୁମାର ଏଏପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବରେ ଲୋକ ସଭାରେ ୧୩ଟି ଆସନ ରହିଛି। ଯେଉଁଥିରେ ୭ଟି ଆସନ କଂଗ୍ରେସ ନିକଟରେ ରହିଥିବା ବେଳେ ଭାଜପା ଏବଂ ସାଦ ନିକଟରେ ୨-୨ଟି ଆସନ ରହିଛି। ସେହିପରି ସାଦ(ଅମୃତଶର) ନିକଟରେ ଗୋଟିଏ ଆସନ ରହିଛି।