Categories: ଜାତୀୟ

ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁଶୀଲ ମୋଦି

ପାଟନା, ୭।୧୨- ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଲୋକ ଜନଶକ୍ତୀ ପାର୍ଟିର ପ୍ରତିଷ୍ଠାତା ରାମ ବିଳାଶ ପାଶ୍ୱାନଙ୍କ ବିୟୋଗ ଯୋଗୁ ଏହି ସିଟ୍‌ ଖାଲି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ତାର କିଶୋର ପ୍ରସାଦ, ରେଣୁ ଦେବୀ ଓ ରାଜ୍ୟ ଭାଜପା ସଭାପତି ସଞ୍ଜୟ ଜୈଶ୍ୱାଲଙ୍କ ଉପସ୍ଥିତିରେ ସୁଶୀଲଙ୍କୁ ପ୍ରମାଣପତ୍ର ଦିଆଯାଇଛି। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ ସୁଦ୍ଧା ସୁଶୀଲଙ୍କୁ କେହି ଚ୍ୟାଲେଞ୍ଜ କରି ନ ଥିଲେ।

Share