Categories: ବାଣିଜ୍ୟ

ସୁଷମା ବୟନିକାର ଉପସଭାପତି

ଭୁବନେଶ୍ୱର,୩୦।୩: ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ବୟନିକା ପରିଚାଳନା ପରିଷଦର ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି।  ବରିଷ୍ଠ ନାରୀନେତ୍ରୀ ସୁଷମା ପ୍ରଧାନ ବୟନିକାର ଉପସଭାପତି ଭାବେ ନିିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଓଡ଼ିଶାର ବୁଣାକାରମାନଙ୍କର ଉନ୍ନତି ତଥା ବୟନିକାର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟ କରିବା ପାଇଁ ପ୍ରଧାନ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମିତି ଲିମିଟେଡ୍‌ ପରିଚାଳନା ପରିଷଦର ଉପସଭାପତି ଭାବେ ୨୦୨୩ ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏପରିକି ସୁଷମା ପ୍ରଧାନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ନିର୍ଦ୍ୱନ୍ଦ୍ୱରେ ସେ ବୟନିକା ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।

 

 

Share