Advertisement
Categories: ଜାତୀୟ

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ଅହମ୍ମଦାବାଦ,୧୯।୪: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ କୌଣସି ପାକିସ୍ତାନ ଯବାନ ଅବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇ ନ ଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତ୍ରୀ ସୁଷମା ସ୍ବରାଜ। ଗୁରୁବାର ଅହମ୍ମଦାବାଦରେ ମହିଳାକର୍ମୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସୁଷମା ଏହା ପ୍ରକାଶ କରିଛନ୍ତି। ତେବେ ଫେବୃୟାରୀ ୨୬ରେ ବାଲାକୋଟରେ ଯେଉଁ ବିମାନ ଆକ୍ରମଣ କରାଯାଇଥିଲା ତାହା କେବଳ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଉପରେ କରାଯାଇଥିଲା। ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଯେଉଁ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା ସେଥିରେ ପ୍ରାୟ ୪୦ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ପକ୍ଷରୁ ଆତ୍ମରକ୍ଷା କରିବାକୁ ପାକିସ୍ତାନ ଉପରେ ବିମାନ ଆକ୍ରମଣ କରାଯାଇଥିଲା। ଆଉ ଏଥିପାଇଁ ନିର୍ଦ୍ଦେଶ ଥିଲା ଯେ ଏହି ଆକ୍ରମଣରେ ଯେମିତି କୌଣସି ପାକିସ୍ତାନୀ ସେନା ଅବା ନାଗରିକଙ୍କର କ୍ଷତି ନ ହୁଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share