ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଲିବିୟାରେ ବର୍ତ୍ତମାନ ପରିସ୍ଥିତି ଖରାପ ରହିବା ସହ ଏବେ ଏଠାରେ ୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସୁଷମା ଟୁଇଟ୍ କରି ଜଣାଇଛନ୍ତି କି ଏବେ ତ୍ରିପୋଲି-ନୂଆଦିଲ୍ଲୀ ବିମାନ ସେବା ବନ୍ଦ ହୋଇନାହିଁ। ତେଣୁ ଭାରତୀୟମାନେ ସହଜରେ ଲିବିୟାରୁ ଭାରତ ଆସିପାରିବେ। କିନ୍ତୁ ଯଦି ଏହି ବିମାନ ସେବା ବ୍ୟାହତ ହୁଏ ତେବେ ସରକାର ସେମାନଙ୍କୁ ହୁଏତ ଉଦ୍ଧାର ନ କରିପାରେ। ସୂଚନାଯୋଗ୍ୟ, ଲିବିୟାର ମୁଖ୍ୟ ମୁଅମ୍ମର ଅଲ ଗଦ୍ଦାଫିଙ୍କ ମୃତ୍ୟୁ ପରେ ଲିବିୟାରେ ସଂଘର୍ଷ ଜାରି ରହିଛି। ଆଉ ଏଠାରେ ଥିବା ଭାରତୀୟମାନେ ବୈଦେଶିକ ମନ୍ତ୍ରଣାଳୟର ସହାୟତା ଲୋଡିଛନ୍ତି।