Categories: ଜାତୀୟ

ସୁଷମା ସ୍ବରାଜଙ୍କ ଝିଅଙ୍କୁ ମିଳିଲା ବଡ଼ ପଦବୀ

ନୂଆଦିଲ୍ଲୀ,୨୬।୩: ସ୍ବର୍ଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାଜପାର ଦିଲ୍ଲୀ ୟୁନିଟ୍‌ର ଲିଗାଲ ସେଲର ସହ-ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ବାଂସୁରୀ ସୁପ୍ରିମକୋର୍ଟରେ ଓକିଲ ଅଛନ୍ତି। ଭାଜପାର ଦିଲ୍ଲୀ ୟୁନିଟ ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବ ପୂର୍ଣ୍ଣକାଳୀନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ୟୁନିଟରେ ତାଙ୍କର ପ୍ରଥମ ନିଯୁକ୍ତିରେ ବାଂସୁରୀଙ୍କୁ ଲିଗାଲ ସେଲର ସହ-ସଂଯୋଜକ ଭାବରେ ନିଯୁକ୍ତ କରିଥିଲେ।
ପ୍ରକାଶିତ ଏକ ଚିଠିରେ ସଚ୍ଚଦେବ କହିଛନ୍ତି, ବାଂସୁରୀଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏହା ଭାଜପାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି। ବାଂସୁରୀ କହିଛନ୍ତି, ସେ ମଧ୍ୟ ଅତୀତରେ ଆଇନଗତ ପ୍ରସଙ୍ଗରେ ଦଳକୁ ସାହାଯ୍ୟ କରୁଛନ୍ତି। ଦିଲ୍ଲୀ ଭାଜପାର ଲିଗାଲ ବିଭାଗର ସହ-ସଂଯୋଜକ ଭାବରେ ଦଳକୁ ଅଧିକ ସକ୍ରିୟ ଭାବରେ ସେବା କରିବାର ସୁଯୋଗ ମୋତେ ଦିଆଯାଇଛି ବୋଲି ସେ କହିଛନ୍ତି। ତାଙ୍କ ନିଯୁକ୍ତି ପାଇଁ ବାଂସୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share