Categories: ଜାତୀୟ

ଟିଏମ୍‌ସିରେ ଯୋଗଦେଲେ ସୁସ୍ମିତା

କୋଲକାତା,୧୬ ।୮: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି । ଦଳକୁ ସଜାଡିବାକୁ ଚେଷ୍ଟା ଚାଲିଥିବା ବେଳେ ଜଣେ ପରେ ଜଣେ ନେତା କଂଗ୍ରେସର ହାତ ଛାଡିଦେବା ତାକୁ ଅଡୁଆରେ ପକାଇ ଦେଉଛି । ସୋମବାର କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଇସ୍ତଫାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାତ୍ର କେଇ ଘଣ୍ଟା ଅନ୍ତରରେ ସେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଛନ୍ତି । ଟିଏମ୍‌ସିରେ ଦେବ ଯୋଗ ଦେବା ସମୟରେ ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ ।

Share