ଗୋଟିଏ ମେସେଜ୍‌ରୁ ପ୍ରେମରେ ପଡ଼ିଥିଲେ ସୁସ୍ମିତା, ଜାଣିଲେ…

ମୁମ୍ବାଇ: ମଡେଲ ରେହମନ ଶଲ ଏପର୍ଯ୍ୟନ୍ତ ଅନେକ ଫ୍ୟାଶନ ଶୋ’ରେ ପ୍ରସିଦ୍ଧ ଡିଜାଇନରମାନଙ୍କ ପାଇଁ ର଼୍ୟାମ୍ପ ଓ୍ବାକ୍‌ କରିଛନ୍ତି। ତେବେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ସହ ତାଙ୍କ ନାଁ ଯୋଡ଼ା ହେବା ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ। ଆଜି ଅର୍ଥାତ୍‌ ଜାନୁୟାରୀ ୪ରେ ରେହମନ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି କଥା…

ରେହମନ ୧୯୯୧ରେ ଉତ୍ତରପ୍ରଦେଶର ନୋଏଡାଠାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଏଠାରେ କରିଥିଲେ। ପିଲାଦିନରୁ ରେହମନ ଅନ୍ୟ ପିଲାମାନଙ୍କଠାରୁ କିଛି ଅଲଗା କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ପିଲାଦିନରୁ ଫ୍ୟାଶନ ଇଣ୍ଡଷ୍ଟ୍ରି ପ୍ରତି ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ। ମାୟାନାଗରୀରେ ପହଞ୍ଚିବା ପରେ, ତାଙ୍କର ସୁନ୍ଦର ଚେହେରା ଯୋଗୁ ସେ ମଡେଲିଂ କାମ ପାଇଥିଲେ।

୨୦୧୮ରେ ରେହମନ ଯେତେବେଳେ ସୁସ୍ମିତାଙ୍କ ସହ ଭେଟ ହୋଇଥିଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ବାସ୍ତବରେ ରେହମନ ଲକ୍ଷ ଲକ୍ଷ ଲୋକଙ୍କ ପରି ସୁସ୍ମିତାଙ୍କ ଜଣେ ପ୍ରଶଂସକ ଥିଲେ। ସେ ମଧ୍ୟ ସାଧାରଣ ଲୋକଙ୍କ ପରି ଇନ୍‌ଷ୍ଟାଗ୍ରାମରେ ମେସେଜ କରୁଥିଲେ। ଏଥି ସହିତ ସୁସ୍ମିତା ପ୍ରଶଂସକଙ୍କ ବ୍ୟକ୍ତିଗତ ଏସ୍‌ଏମ୍‌ଏସ୍‌ କେବେ ପଢ଼ନ୍ତି ନାହିଁ। ଥରେ ସୁସ୍ମିତା ଭୁଲ୍‌ ବଶତଃ ରେହମନଙ୍କ ମେସେଜକୁ ଖୋଲି ଦେଇଥିଲେ। ସୁସ୍ମିତା ତାଙ୍କ ଏସ୍‌ଏମ୍‌ଏସ୍‌ ପଢ଼ି ତାଙ୍କୁ ଉତ୍ତର ବି ଦେଲେ। ଯାହା ପରେ ରେହମନ ତାଙ୍କୁ ମେସେଜ କରିଥିଲେ ଯେ, ତାଙ୍କ ଉତ୍ତର ପାଇ ସେ ଖୁସିରେ ଡେଇଁ ପଡ଼ିଲେ।

ସୁସ୍ମିତା ରେହମନଙ୍କ କଥାବାର୍ତ୍ତାକୁ ବହୁତ କୌତୂହଳପୂର୍ଣ୍ଣ ମନେ କଲେ। ଏହା ପରଠାରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା। ପରେ ରେହମନ ସୁସ୍ମିତାଙ୍କୁ ଏକ ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ ଡାକିଥିଲେ। ରେହମନଙ୍କ ଅନୁରୋଧ ରକ୍ଷା କରି ସୁସ୍ମିତା ପହଞ୍ଚିଥିଲେ। ସେଠାରେ ସୁସ୍ମିତା ରେହମନଙ୍କୁ ଏତେ ପସନ୍ଦ କରିଥିଲେ ଯେ, ନିଜଠାରୁ ୧୫ ବର୍ଷ ସାନ ବ୍ୟକ୍ତିଙ୍କୁ ହୃଦୟ ଦେଇଥିଲେ। ତେବେ ଦୀର୍ଘଦିନ ଧରି ଦୁହେଁ ଲିଭ୍‌ ଇନ୍‌ରେ ରହିବା ପରେ ଏବେ ବ୍ରେକ୍‌ଅପ୍‌ ହୋଇଯାଇଛି। ସୁସ୍ମିତା ଏବଂ ରେହମନ ଅଲଗା ହୋଇଥାଇପାରନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ବନ୍ଧନ ଜାରି ରହିଛି। ଆଜି ବି ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ।

Share