ଆଜିର ଦିନକୁ ମନେ ପକାଇଲେ ସୁସ୍ମିତା

ମୁମ୍ବାଇ: ୧୯୯୪ ମେ’ ୨୧ରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧି ସୁସ୍ମିତା ସେନ୍‌ ସାରା ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁସ୍ମିତା ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ ଭାରତୀୟ ହୋଇଥିଲେ। ୭୭ଟି ଦେଶର ସୁନ୍ଦରୀଙ୍କୁ ପରାସ୍ତ କରି ସୁସ୍ମିତା ସମଗ୍ର ବିଶ୍ୱରେ ଭାରତର ନାଁ ରଖିଥିଲେ। ସୁସ୍ମିତାଙ୍କ ସହ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ସ୍ମରଣୀୟ ଦିନର ଫଟୋ ଏବଂ ଭିଡିଓ ଶେୟାର କରି ଏହି ଗୌରବମୟ ଦିନକୁ ମନେ ପକାଇଛନ୍ତି।

ଟୁଇଟର୍‌ରେ ନିଜର ଏକ ସୁନ୍ଦର ଫଟୋ ଶେୟାର କରି ସୁସ୍ମିତା କ୍ୟାପ୍‌ଶନରେ ଲେଖିଛନ୍ତି, ‘ସୁନ୍ଦର ଅନୁଭବ, ଭାରତର ୨୮ ବର୍ଷର ଖୁସି ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଛି। ସମୟ ଅତିବାହିତ ହୁଏ କିନ୍ତୁ ସୌନ୍ଦର୍ଯ୍ୟ ସମାନ ରହିଥାଏ।

ପ୍ରଶଂସକମାନେ ମଧ୍ୟ ସୁସ୍ମିତାଙ୍କ ଐତିହାସିକ ବିଜୟ ଦିବସର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରିରେ ଏକ ଫଟୋ ଶେୟାର କରିଛନ୍ତି। ଫିଲିପାଇନ୍ସରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ବିରଳ କଳା ଏବଂ ଧଳା ଫଟୋ ଶେୟାର ହୋଇଛି। ସୁସ୍ମିତାଙ୍କ ସୁନ୍ଦର ହସର ଫଟୋ ସହିତ ‘21.05.94’ଲେଖା ହୋଇଛି। ଏହି ଫଟୋଗୁଡ଼ିକ ଆଜିର ଦିନରେ ବେଶ୍‌ ଭାଇରାଲ ହେଉଛି।

Share