ପ୍ରଶଂସକଙ୍କ ଦୁଃଖ ଦେଖି ଏମିତି କହିଲେ ସୁସ୍ମିତା

ଅଭିନେତ୍ରୀ ସୁସ୍ମିତା ସେନ ଅଭିନୟ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକ ସଂଖ୍ୟା ଅଧିକ। ନିକଟରେ ଜଣେ ପ୍ରଶଂସକ ସୁସ୍ମିତାଙ୍କ ଆଗରେ ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ବର୍ଣ୍ଣନା କରିଥିଲେ। ସେହି ପ୍ରଶଂସକ ତାଙ୍କ ଜୀବନରେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ଅଭିନେତ୍ରୀଙ୍କଠାରୁ କିଛି ପରାମର୍ଶ ମାଗିଥିଲେ। ସୁସ୍ମିତା ସେନ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ସୁନ୍ଦର ଭାବରେ ଉତ୍ତର ଦେଇ ସାହସ ଦେଇଥିଲେ।
ପ୍ରଶଂସକ ଲେଖିଛନ୍ତି, ଆଜି ମୁଁ ବହୁତ ଏକୁଟିଆ ଅନୁଭବ କରୁଛି। ମୁଁ ତୁମ ପରି ବହୁତ ଶକ୍ତିଶାଳୀ ଏବଂ ମୋ ନିଜ ସର୍ତ୍ତରେ ଜୀବନ ବିତାଇଛି। କିନ୍ତୁ, ଆଜି ମୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି। ମୁଁ ଜଣେ ବ୍ୟକ୍ତିଙ୍କୁ ଭଲ ପାଏ। ମୁଁ ଆମେରିକାରେ ଅଛି ଏବଂ ମୁଁ ଜଣେ ଆମେରିକୀୟ ନାଗରିକ। ବୃତ୍ତି ଅନୁଯାୟୀ ମୁଁ ଜଣେ ଆକାଉଣ୍ଟାଣ୍ଟ। ମୋର ଗୋଟିଏ ଝିଅ ଅଛି ମୁଁ ଛାଡପତ୍ର ଦେଇ ପାରିବି ନାହିଁ। ମୋ ସ୍ବାମୀ ପ୍ରତାରଣା କରି ମୋ ବିରୋଧରେ ମାମଲା ଦାୟର କରିଛନ୍ତି। ମୁଁ ତାହା ଚାହେଁ ନାହିଁ, ଏହା ମୋ ଜୀବନର ଏକ ପ୍ରଶ୍ନ। ମୋତେ କୁହ ମୁଁ କଣ କରିବି? ’
ଏହାର ଜବାବରେ ଲେଖିଛନ୍ତି, ମୁଁ ତୁମର ଯନ୍ତ୍ରଣା ଅନୁଭବ କରିପାରୁଛି। ତୁମେ ଦୃଢ ରୁହ। ପ୍ରେମ ଏବଂ ଜୀବନରେ ବିଶ୍ୱାସ କର। ତୁମ ଝିଅକୁ ଦୃଢ ଭାବରେ ଧରି ରଖ। ଶୀଘ୍ର ତୁମେ ଜିତିବ। ମୁଁ ତୁମକୁ ଭଲପାଏ।

Share