ଦୁଇ ଝିଅ ପରେ ତୃତୀୟ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସୁସ୍ମିତା ! ପ୍ରଶଂସକ କହିଲେ…

ବମ୍ବେ: ଦୁଇ ଝିଅଙ୍କ ପରେ ଏବେ ଏକ ପୁଅକୁ ପାଳିତ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍‌। ପିଲାମାନଙ୍କ ସହ ତାଙ୍କୁ ନିକଟରେ କିଛି ଫଟୋଗ୍ରାଫର ସ୍ପଟ୍‌ କରିଥିଲେ। ଏବେ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି ଚର୍ଚ୍ଚା ହେଉଛି। ପ୍ରଶଂସକମାନେ ସୁସ୍ମିତାଙ୍କ ଏଭଳି କାର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି। କିଛି ତାଙ୍କୁ ଓ୍ବାଣ୍ଡର ଓମ୍ୟାନ କହୁଥିବା ବେଳେ କିଛି ତାଙ୍କୁ ପ୍ରେରଣାଦାୟୀ ବୋଲି କହୁଛନ୍ତି। ତେବେ ଏନେଇ ଆଧିକାରୀକ ଭାବେ ସୁସ୍ମିତା କିଛି ଜଣାଇନାହାନ୍ତି। ଖୁବଶୀଘ୍ର ସେ ତାହା କରିପାରନ୍ତି ବୋଲି କୁହାଯାଉଛି।

୨୦୦୦ରେ ପ୍ରଥମେ ଝିଅ ରିନିଙ୍କୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ ସୁସ୍ମିତା। ଏହାପରେ ସେ ୨୦୧୦ରେ ଆଉ ଏକ ଝିଅ ଅଲିସାଙ୍କୁ ସେ ଆଣିଥିଲେ। ଉଭୟ ଝିଅ ଏବେ ବଡ଼ ହେଉଥିବା ବେଳେ ସୁସ୍ମିତା ତାଙ୍କୁ ନିଜ ସନ୍ତାନଠାରୁ ଅଧିକ ବୋଲି ଭାବନ୍ତି। ସେମାନଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେ ପୋଷ୍ଟ କରିଥାନ୍ତି।

ନିକଟରେ ସୁସ୍ମିତା ପ୍ରେମିକ ରୋହମନଙ୍କଠାରୁ ଅଲଗା ହୋଇଥିଲେ। ଏନେଇ ସେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ।

Share