ଜୀବିତ ରହିବା ପାଇଁ ପ୍ରତି ୮ ଘଣ୍ଟାରେ ଥରେ ସୁସ୍ମିତାଙ୍କୁ କରିବାକୁ ପଡ଼ୁଥିଲା ଏହି କାମ

ବଲିଉଡ୍‌ ନିର୍ଦ୍ଦେଶକ ପଙ୍କଜ ପରଶରଙ୍କ ଫିଲ୍ମ ‘ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଫିଲ୍ମ ୨୨ ଫେବୃୟାରୀ, ୨୦୦୨ରେ ରିଲିଜ୍‌ ହୋଇଥିଲା। ଏଥିରେ ସଲମାନ୍‌ ଖାନ୍‌, ସୁସ୍ମିତା ସେନ୍‌, ଦୀୟା ମିର୍ଜା, ଇନ୍ଦର କୁମାର ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ସ୍ପଳ୍ପ ବ୍ୟବସାୟ କରିଥିଲେ ମଧ୍ୟ ଏହାର ଗୀତ ସୁପରହିଟ୍‌ ହୋଇଥିଲା। ଫିଲ୍ମର ଷ୍ଟାର କାଷ୍ଟଙ୍କ ବିଷୟରେ କହିବାକୁ ଗଲେ ସଲମାନ୍‌ ଏବେ ବି ଅଭିନୟରେ ଆକ୍ଟିଭ ଅଛନ୍ତି। ମାତ୍ର ସୁସ୍ମିତାଙ୍କ ଫିଲ୍ମ କ୍ୟାରିୟର ସେତେଟା ଭଲ ନ ଥିଲା। ଶେଷଥର ପାଇଁ ତାଙ୍କୁ ୨୦୧୦ରେ ଫିଲ୍ମ ‘ନୋ ପ୍ରବ୍ଲମ’ରେ ଦେଖିବାକୁ ମିଳିଥିଲା। ମାତ୍ର ୨୦୨୦ରେ ସେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କଲେ। ‘ଆର୍ଯ୍ୟା’ ନାମକ ଏକ ଓ୍ବେବ୍‌ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ମିସ୍‌ ୟୁନିଭର୍ସ ରହିସାରିଥିବା ସୁସ୍ମିତା ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ସଜାଗ ରହିଥାନ୍ତି। ଅଧିକାଂଶ ସମୟରେ ସେ ନିଜର ଓ୍ବାର୍କଆଉଟ୍‌ ସମୟର ଭିଡିଓ ଶେୟାର କରିଥାନ୍ତି।
ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏକ ସମୟରେ ସୁସ୍ମିତାଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା। ନିଜକୁ ବଞ୍ଚାଇ ରଖିବା ପାଇଁ ସେ ଷ୍ଟେରୟଡ (ମେଟାବୋଲିଜିମ୍‌ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ମାଂସପେଶୀ ଏବଂ ହାଡକୁ ଶକ୍ତ କରିବା ପାଇଁ ଅନ୍ୟ େଔଷଧ ବ୍ୟବହାର କରିବା) ର ସହାୟତା ନେଉଥିଲେ। କାରଣ ତାଙ୍କ ଶରୀରର କର୍ଟିସୋଲ ନାମକ ଏକ ହରମୋନ୍‌ ସୃଷ୍ଟି ହେବା ବନ୍ଦ ହୋଇଯାଇଥିଲା। ଏକ ସାକ୍ଷାତକାରରେ ସୁସ୍ମିତା ଏହିକଥା କହିଥିଲେ। ବଞ୍ଚି ରହିବା ପାଇଁ ତାଙ୍କୁ ପ୍ରତି ୮ ଘଣ୍ଟାରେ ଥରେ ଏହି ଔଷଧ ନେବାକୁ ପଡ଼ୁଥିଲା।

Share